ଦୁବାଇ: ଆଇପିଏଲର ୧୩ ତମ ସଂସ୍କରଣର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବା ପାଇଁ ଯାଉଛି । ରୟାଲ୍ସର ଷ୍ଟାର ପ୍ଲେୟାର ବଟଲର ଆଜି ଚେନ୍ନାଇ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ରାଜସ୍ଥାନ ରୟାଲ୍ସର ଆଜି ପ୍ରଥମ ମ୍ୟାଚ ଖେଳିବା ପାଇଁ ଯାଉଛି । ସୂଚନା ଅନୁସାରେ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସୀମିତ ଓଭର ସିରିଜ ସରିବା ପରେ ସମସ୍ତ ଖେଳାଳୀ ଲଣ୍ଡନରୁ ୟୁଏଇ ପହଁଞ୍ଚିଥିଲେ । ଇତି ମଧ୍ୟରେ ସମସ୍ତ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିଥିଲା । କିନ୍ତୁ ବଟଲର ତାଙ୍କ ପରିବାର ସଦସ୍ୟ ସହ ୟୁଏଇ ଆସିଥିବାରୁ ସେ ଆଉ ୬ ଦିନ ସଂଗରୋଧରେ ରହିଛନ୍ତି । ଯାହାଫଳରେ ରୟାଲ୍ସର ପ୍ରଥମ ମ୍ୟାଚ ଖେଳିବାରେ ସେ ବଞ୍ଚିତ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସର ପ୍ରମୁଖ ବ୍ୟାଟସମ୍ୟାନ ଭାବରେ ସେ ପରିଚିତ । ଗତ ବର୍ଷ ସେ ଆଇପିଏଲରେ ସେ ୮ଟି ମ୍ୟାଚ ଖେଳି ୩୧୧ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ଦଳର ପ୍ରମୁଖ ଓଲରାଉଣ୍ଡର ବେନ ଷ୍ଟୋକସ ମଧ୍ୟ ଆଜିର ମ୍ୟାଚରେ ଖେଳିବେ ନାହିଁ । ତେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ଆଜିର ମ୍ୟାଚରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0