ଭୁବନେଶ୍ୱର: ଓଜେଇଇ ଅନଲାଇନ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍ ଲାଇନ୍ ରଖାଯାଇଛି । ଏହି ସମୟ ସୀମା ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ୍ ଫି ଜମା କରିବାର ଶେଷ ଦିନ । www.ojee.nic.in/www.odishajee.com ରେ ଆଶାୟୀ ଆବେଦନ କରିପାରିବେ । ସୂଚନା ଯୋଗ୍ୟ କି ଅକ୍ଟୋବର ୧୨ ତାରିଖରୁୁ ଓଜେଇଇ ପରୀକ୍ଷା ଆରମ୍ଭ ହେଉଛି ।ଏକ ସପ୍ତାହ ଧରି ହେବାକୁ ଥିବା ଏହି ପରୀକ୍ଷା ୫୩ଟି ସେଣ୍ଟରରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ସେଣ୍ଟର କରାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0