spot_img

କରୋନାକୁ ନେଇ ହେଉଥିବା ରାଜନୀତିକୁ ଅଣଦେଖା କରାଯିବା ଉଚିତ୍‌: ଚୀନ୍ ରାଷ୍ଟ୍ରପତି

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସଂଯୁକ୍ତ ରାଷ୍ଟ୍ର ମହାସଭା ( ୟୁଏନଜିଏ)ରେ ମଙ୍ଗଳବାର ଅପ୍ରତ୍ୟେକ୍ଷ ରୂପେ ଆମେରିକା ରାଷ୍ଟ୍ରପତିଙ୍କ ଆକ୍ରମଣ ଓ ଭାରତ ସହ ଲାଦାଖ ସୀମା ବିବାଦ ସମ୍ପର୍କରେ କହିଛନ୍ତି । ଚୀନ୍ କୌଣସି ଯୁଦ୍ଧ କିମ୍ବା ଶୀତଳ ଯୁଦ୍ଧ ପଡ଼ିବାକୁ ଚାହୁଁନି । ସେ ଆହୁରି ମଧ୍ୟ କହିଛନ୍ତି କି ଦୁନିଆକୁ ସଭ୍ୟତାର ଲଢ଼େଇରେ ପଡ଼ିବା ଉଚିତ୍ ନୁହେଁ । ବଡ଼ ଦେଶ ବଡ଼ ଦେଶ ପରି କାମ କରିବା ଉଚିତ୍ । ପୂର୍ବ ଲାଦାଖରେ ଭାରତ ସହ ଦୀର୍ଘ ମାସ ଧରି ଚାଲିଥିବା ସୀମା ବିବାଦ ଉପରେ ସେ କହିଛନ୍ତି କି ଚୀନ କେବେ ବି ନିଜର ଆଧିପତ୍ୟ ବିସ୍ତାର କରିବା କିମ୍ବା ନିଜର ପ୍ରଭା ବ ବିସ୍ତାର କରିବା ପାଇଁ ଚେଷ୍ଟା କରିବନି । ଚୀନ୍ ନିଜର ବିବାଦ ଓ ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତିି ।
ପ୍ରଧାନମନ୍ତ୍ରୀ ମୋଦୀ ନିଜର ଲାଦାଖ ଗସ୍ତ ସମୟରେ ବିସ୍ତାରବାଦର ଯୁଗ ଶେଷ ହୋଇଛି ବୋଲି କହିଥିଲେ । ଯାହା ଚୀନ୍ ପାଇଁ ଏକ ସନ୍ଦେଶ ଥିଲା ବୋଲି କୁହାଯାଇପାରେ । ଭାରତ ଚୀନର ଆକ୍ରମକତାର ଜବାବ ଆର୍ଥିକ ଭାବେ କୂଟନୈତିକ ଢ଼ଙ୍ଗରେ ଦେବାକୁ ଚେଷ୍ଟା କରିଥିଲା । ଏହା ଉପରେ ମଧ୍ୟ ଚୀନ୍ ରାଷ୍ଟ୍ରପତି ନିଜର ଟିପ୍ପଣୀ ଦେଇଥିଲେ । ଚୀନ ବନ୍ଦ କବାଟ ପଛରେ ଅର୍ଥନୀତିର ବିକାଶ କରିବ ନାହିଁ । ଆମେ ସମୟ ଅନୁସାରେ ଘରୋଇ ପ୍ରସାର ସବୁଠାରୁ ଉପରେ ଦେଖୁଛୁ ଏବଂ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ପ୍ରସାରକୁ ମଜଭୁତ କରିବାକୁ ଚାହୁଁଛୁ । ଏହା ଦ୍ୱାରା ଚୀନର ଆର୍ଥିକ ପ୍ରଗତି ହେବ ଓ ବୈଷୟିକ ଅର୍ଥ ବ୍ୟବସ୍ଥା ଓ ବିକାଶ ମଧ୍ୟ ସୁଧୁରିଯିବ । କରୋନା ଭାଇରସକୁ ନେଇ ହୋଇଥିବା ଟିପ୍ପଣୀର ଜବାବରେ ଜିନପିଙ୍ଗ୍ କହିଛନ୍ତି କି , ଏହି ସମୟରେ ଆମେ ପରସ୍ପର ଏକାଠି ହୋଇ ରହିବା ଉଚିତ୍ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନେତୃତ୍ୱରେ ବିଜ୍ଞାନର ଅନୁସରଣ କରିବା ଉଚିତ୍ । ଏହି ବିଷୟକୁ ନେଇ ହେଉଥିବା ରାଜନୀତିକୁ ଅଣଦେଖା କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular