ନୂଆଦିଲ୍ଲୀ: ବଲିଉଡ଼୍ ଅଭିନେତା ଆୟୁଷ୍ମାନ ଖୁରାନା ଏହି ବର୍ଷ ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ସାମିଲ ହୋଇଛନ୍ତି । ନିଜ ଅଭିନୟ ଦକ୍ଷତା ପାଇଁ ବଲିଉଡ୍ରେ ପରିଚିତ ଆୟୁଷ୍ମାନ । ଆୟୁଷ୍ମାନଙ୍କ ସହ ଏହି ତାଲିକାରେ ବୋଙ୍ଗ-ଜୁନ୍-ହୋ, ଅଭିନେତା ମାଇକେଲ ଭି ଜୋର୍ଡାନ୍, ଫ୍ଲେଗବ୍ୟାଗ୍ ନିର୍ମାତା ଫୋବେ ୱାଲର- ବ୍ରିଜ୍ ଓ ସଙ୍ଗୀତକାର ଜେନିଫର ହଡସନ୍ ଓ ସେଲେନା ଗୋମେଜ ମଧ୍ୟ ସାମିଲ ଅଛନ୍ତି । ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ଆୟୁଷ୍ମାନ ସ୍ଥାନ ପାଇବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କୁ ଏକ ଲେଖା ମାଧ୍ୟମରେ ବଧେଇ ଜଣେଇଛନ୍ତି । ଏହା ସହ କହିଛନ୍ତି କି ଭାରତର ୧.୩ ବିଲିଅନ ଜନସଂଖ୍ୟାରୁ କେବଳ କିଛି ପ୍ରତିଶତ ଲୋକ ନିଜର ସ୍ୱପ୍ନ ପୁରା ହେଉଥିବା ଦେଖିପାରନ୍ତି । ସେମାନଙ୍କ ମଧ୍ୟରୁ ଆୟୁଷ୍ମାନ ଖୁରାନା ଜଣେ । ଆପଣ ଭାବୁଥିବେ କେମିତି? ନିଜର ପରିଶ୍ରମ, ନିଷ୍ଠା, ପ୍ରତିଭା, ଧୈର୍ଯ୍ୟ, ଦୃଢ଼ତା ଓ ନିର୍ଭୀକତା ବଳରେ ଜଣେ ଅସମ୍ଭବକୁ ସମ୍ଭବ କରିପାରିବ ବୋଲି ଦୀପିକା କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0