ବେଙ୍ଗୁଲୁରୁ: ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ କ୍ରିସ ସିରିଏଲୋ ତାଙ୍କ ପ୍ରଶିକ୍ଷକ ପଦରୁ ଓହରି ପଡ଼ିଛନ୍ତି । କୋଭିଡ଼ ମହାମାରୀ ପାଇଁ ପ୍ରଶିକ୍ଷଣ ଶିବିରରୁ ୪ ସପ୍ତାହ ଛୁଟି ମଞ୍ଜୁର କରିଥିଲେ । ଇତି ମଧ୍ୟରେ ସେ ନ ଫେରି ତାଙ୍କ ପ୍ରଶିକ୍ଷକ ପଦତ୍ୟାଗ କରିଥିଲେ । ସିରିଏଲୋଙ୍କୁ ମିଶାଇ ଗୋଟିଏ ମାସ ମଧ୍ୟରେ ତିନି ଜଣ ଉଚ୍ଚ ପଦାଧିକାରୀ ତାଙ୍କ ପଦତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, ପ୍ରଥମେ ହକି ଇଣ୍ଡିଆର ହାଇ ପର୍ଫମାନ୍ସ ଡ଼ାଇରେକ୍ଟର ଡ଼େଭିଡ଼ ଜନ ଏବଂ ତାଙ୍କ ପରେ ପୁରୁଷ ଦଳର ଫିଜିଓ ଡ଼େଭିଡ଼ ମ୍ୟାକଡ଼ୋନାଲଡ଼ ଇସ୍ତଫା ଦେଇଥିଲେ । ଅନ୍ୟପଟେ ଏହି ତିନି ଜଣଯାକ ଅଷ୍ଟ୍ରେଲିଆର । ତେଣୁ ଏବେ ତିନିଜଣଙ୍କ ଇସ୍ତଫା ଦେବା ସଂକଟ ସୃଷ୍ଟି କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0