spot_img

ନୂଆ ଜର୍ସିରେ ନଜର ଆସିବେ ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: ଆଜିର ଆଇପିଏଲ ମ୍ୟାଚରେ ମୁମ୍ବାଇ ନୂଆ ଜର୍ସିରେ ନଜର ଆସିବ । ମୁମ୍ବାଇ ଇଣ୍ଡିଆନ୍ସର ଥିମ ଗୀତରେ ନୂଆ ଜର୍ସି ପିନ୍ଧି ଖେଳାଳୀମାନେ ନଜର ଆସିଥିଲେ । ନୂଆ ଜର୍ସି ଉପରେ ପୂର୍ବପରି ମୁଖ୍ୟ ପ୍ରଯୋଜକଙ୍କ ନାମ ରହିଥିବାର ଦେଖିବା ପାଇଁ ମିଳିଥିଲା । ତାହା ସହ ନୂଆ ଜର୍ସିରେ କଲର୍ସ ଚ୍ୟାନେଲର ଲୋଗୋ ଥିବାର ଦେଖିବା ପାଇଁ ମିଳିଥିଲା ।

କୋଭିଡ଼ ମହାମାରୀ ଅବଧିରେ ଆଇପିଏଲର ପଞ୍ଚମ ମ୍ୟାଚ କଲକତା ନାଇଟ ରାଇଡ଼ର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାର ଅଛି । ମୁମ୍ବାଇ ଇଣ୍ଡିଆନ୍ସ ତା’ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଠାରୁ ହାରିଯାଇଥିଲା । ତେଣୁ ପ୍ରଥମ ମ୍ୟାଚ ପରାଜୟ ପରେ ଆଜିର ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ମୁମ୍ବାଇ ଚେଷ୍ଟା କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular