ବାଲେଶ୍ୱର : ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ପୂର୍ବରୁ ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଜିଲ୍ଲା ସଭାପତି ଥିବା ସତ୍ତେ୍ୱ କୌଣସି ଦାୟିତ୍ୱ ଦିଆଯାଇନଥିବାରୁ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଦଳ ଛାଡ଼ିବା ନେଇ ଆଲୋଚନା ଜୋର ଧରିଥିଲା । ତେବେ ଏହାକୁ ନିଜେ ଖଣ୍ଡନ କରିଛନ୍ତି ରବୀନ୍ଦ୍ର ଜେନା । ମୁଁ ଅସନ୍ତୁଷ୍ଟ ନାହିଁ । ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିନି । ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ, ତାଙ୍କ ପାଇଁଁ ଲଢିବୁ ବୋଲି ସେ କହିଛନ୍ତି । ଉପନିର୍ବାଚନରେ ଦାୟିତ୍ୱ ନ ମିଳିବା କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି । ଦଳର ସଭାପତି ହିସାବରେ ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0