ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୩ ଶହ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୩ ଶହ ୪୦ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୮୨୩ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୫୬୭ ଜଣ, ପୁରୀରୁ ୨୦୩ ଜଣ, ରାୟଗଡ଼ାରୁ ୬୨ଜଣ, ଭଦ୍ରକରୁ ୧୦୫ ଜଣ, ମୟୂରଭଞ୍ଜରୁ ୧୨୭ ଜଣ, ସୁନ୍ଦରଗଡ଼ରୁ ୧୩୮ ଜଣ, ବରଗଡ଼ରୁ ୧୦୮ ଜଣ, କେନ୍ଦୁଝରରୁ ୯୦ ଜଣ, ଗଞ୍ଜାମରୁ ୯୦ ଜଣ, ନବରଙ୍ଗପୁରରୁ ୧୪୩ ଜଣ, କେରାପୁଟରୁ ୭୭ ଜଣ, ସମ୍ବଲପୁରରୁ ୧୩୦ ଜଣ, ନୟାଗଡ଼ରୁ ୮୪ ଜଣ, ସୁବର୍ଣ୍ଣପୁରରୁ ୧୨୯ ଜଣ, ଜଗତସିଂହପୁରରୁ ୧୯୩ ଜଣ, ଅନୁଗୁଳରୁ ୧୫୫ ଜଣ, କେନ୍ଦ୍ରାପଡ଼ାରୁ ୧୦୯ ଜଣ, ବୌଦ୍ଧରୁ ୬୭ ଜଣ, ବଲାଙ୍ଗିରରୁ ୫୩ ଜଣ, ନୂଆପଡ଼ାରୁ ୭୪ ଜଣ, ଝାରସୁଗୁଡ଼ାରୁ ୧୭୪ ଜଣ, କଳାହାଣ୍ଡିରୁ ୫୮ ଜଣ, କନ୍ଧମାଳରୁ ୧୪୩ ଜଣ, ଦେବଗଡ଼ରୁ ୨୨ ଜଣ, ଯାଜପୁରରୁ ୧୫୧ ଜଣ, ଢ଼େଙ୍କାନାଳରୁ ୫୬ ଜଣ, ଗଜପତିରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୩୪ ଜଣ ଓ ବାଲେଶ୍ୱରରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0