spot_img

ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ମିଳିଲା ଭେଟି

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ମିଳିଲା ଭେଟି । ଜଗତସିଂହପୁର ଜିଲ୍ଳା ତିର୍ତ୍ତୋଲରେ ମହାନଦୀ ଉପରେ ଏକ ବ୍ରିଜ ନିର୍ମାଣ ହେବ । ଏହି ପ୍ରବସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ତିର୍ତ୍ତୋଲ-ପୋଷକ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ଏହି ସେତୁ ନିର୍ମାଣ ହେବ । ୮୮୮.୮୯ ମିଟର ସେତୁ ନିର୍ମାଣ ପାଇଁ ବଜେଟ ହୋଇଛି ୧୧୮ କୋଟି ୫୬ ଲକ୍ଷ ଟଙ୍କା । ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି ବ୍ରିଜ ନିର୍ମାଣ ହେବା ଦ୍ୱାରା୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular