ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ଼ର ବଡ଼ ତାରକା ଏନସିବି ରାଡାରରେ ଅଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ସାରା ଅଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ଆଜି ଜେରା କରାଯିବ । ଗତକାଲି ରାକୁଲ ପ୍ରୀତ ସିଂହଙ୍କୁ ଜେରା କରାଯାଇଥିଲା । ଏହି ଜେରାରେ ସେ ଅନେକ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି । ତାଙ୍କ ଘରେ ଡ୍ରଗ୍ସ ରିୟା ରଖାଇଥିବା ନେଇ ସେ ବୟାନ ଦେଇଥିଲେ । ଦୀପିକାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମଧ୍ୟ ଏନେଇ ଏନସିବି ପଚରାଉଚରା କରିଥିଲା । ସେପଟେ ଦୀପିକା ଆଜି ହାଜର ହେବା ନେଇ ତତ୍ପର ହୋଇଉଠିଛି ମୁମ୍ବାଇ ପୁଲିସ । ମେନ ରୋଡରୁ ଏନସିବି ଗେଷ୍ଟ ହାଉସ ଯାଏ ପୁଲିସ ବ୍ୟାରିକେଡ୍ କରିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିନ ୧୦ଟାରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଛି । ଦୀପିକାଙ୍କୁ ଏନସିବି ଗେଷ୍ଟ ହାଉସରେ ପଚରାଉଚରା କରାଯିବ । ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ଏନସିବି ଅଫିସରେ ପଚରାଉଚରା କରାଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0