ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସର ରାଜ୍ୟସଭା ସାଂସଦ ଡ଼ା ମନମୋହନ ସିଂହ ଶନିବାର ଦିନ ୮୮ ବର୍ଷରେ ପଦାର୍ପଣ କରିଛନ୍ତି । ଡ଼ା ସିଂହ ୨୦୦୪-୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ନରସିମହା ରାଓଙ୍କ ଶାସନକାଳ ମଧ୍ୟରେ ୧୯୯୧ରେ ଆର୍ଥିକ ସୁଧାର କରିବା ପାଇଁ ପରିଚିତ ଥିଲେ । ତାଙ୍କୁ ରାଓ ନିଜର ବିତ୍ତ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ତାଙ୍କ ସମୟରେ, ୧୯୯୧ର ବଜେଟରେ ଆଧୁନିକ ଭାରତରେ ଆର୍ଥିକ ସୁଧାରକୁ ରୋଡ଼ମ୍ୟାପରେ ସାମିଲ କରାଯାଇଥିଲା । କିନ୍ତୁ ଏହାର ଶ୍ରେୟ ଡ଼ା ସିଂହ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଡ଼ା ମନମୋହନ ସିଂହଙ୍କ ଜନ୍ମ ୧୯୩୨ ମସିହା ଡ଼ିସେମ୍ବର ୨୬ ରେ ଅବିଭକ୍ତ ଭାରତର ପଞ୍ଜାବ ପ୍ରାନ୍ତରେ ହୋଇଥିଲା । ଏହି ଯାଗା ଏବେ ପାକିସ୍ତାନରେ ଅଛି । ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଓ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ସେ ଅର୍ଥଶାସ୍ତ୍ରରେ ଡ଼କ୍ଟରେଟ ଉପାଧି ପ୍ରାପ୍ତ କରିଥିଲେ । ଡ଼ା ମନମୋହନ ସିଂହ ୨୦୦୪ରୁ ୨୦୧୪ ମଧ୍ୟରେ ଭାରତର ୧୩ତମ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ରୂପରେ ନିୟୋଜିତ ଥିଲେ । ଡ଼ା ସିଂହ ସଂଯୁକ୍ତ ରାଷ୍ଟ୍ର ସହିତ ମଧ୍ୟ ଦୁଇଥର କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଅଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0