ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଝାଡ଼ଖଣ୍ଡର ବିଜେପି ନେତା ବାବୁଲାଲ ମାରାଣ୍ଡିଙ୍କ କହିବା ଅନୁଯାୟୀ, ପ୍ରଥମେ ଲକ୍ଷଣ ଦେଖାଯିବାରୁ ସେ କରୋନା ଟେଷ୍ଟ କରାଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଜ ଆସିଥିଲା ।
जोहार,
1. मेरे प्रिय प्रदेशवासियों, कोविड-19 के शुरुआती लक्षण दिखाई देने पर मैंने अपना टेस्ट करवाया और मेरी कोरोना रिपोर्ट पॉजिटिव आई है।आप सभी की प्रार्थना एवं आशीर्वाद से मैं जल्द ही स्वस्थ होकर लौटूंगा और पुनः जनसेवा में जुट जाऊंगा।
— Babulal Marandi (@yourBabulal) September 25, 2020
ପୂର୍ବତନ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ମୋର ପ୍ରିୟ ଦେଶବାସୀ, କୋଭିଡ଼-୧୯ର ଲକ୍ଷଣ ଦେଖାଯିବା ପରେ ମୁଁ ମୋର କରୋନା ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ ଆସିଥିଲା । ଆପଣମାନଙ୍କ ପ୍ରାର୍ଥନା ଓ ଆର୍ଶୀବାଦରୁ ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବ ଏବଂ ପୁଣି ଜନସେବାରେ ନିୟୋଜିତ ହେବି ।’ ସେ ପୁଣି ଆଗକୁ ଲେଖିଛନ୍ତି, ଗତ କିଛିଦିନ ତଳେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ମୋର ଅନୁରୋଧକି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ । ରାଜ୍ୟ ବିଜେପି ପ୍ରବକ୍ତା ସରୋଜ ସିଂହଙ୍କ କହିବା ଅନୁଯାୟୀ, ତାଙ୍କର କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏବେ ହୋମ କ୍ୱାରେଣ୍ଟାଇନ ଅଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0