spot_img

ଦୀପିକା ପାଦୁକୋନଙ୍କୁ ୩-୪ ରାଉଣ୍ଡ ହେବ ପଚରାଉଚରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଚରାଉଚୁରା କରୁଛିି ଏନସିବି । ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଡ୍ରଗସ୍ ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ସମନ କରିଥିଲା । କେପିଏସ ମାଲହୋତ୍ରା ଓ ତାଙ୍କ ଟିମ ସହ ଏକ ମହିଳା ଅଫିସର ମଧ୍ୟ ଜେରା ବେଳେ ରହିବେ । ଦୀପିକାଙ୍କ ଫୋନକୁ ମଧ୍ୟ ଏନସିବି ଜବତ କରିଛି । କରିଶ୍ମା , ଜୟା ଓ ଦୀପିକାଙ୍କୁ ସିଧାସଳଖ ପଚରାଉଚରା କରୁଛି ଏନସିବି । ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର ମଧ୍ୟ ପହଞ୍ଚି ସାରିଥିବା ନେଇ ସୂଚନା ମିଳିଛି । ସେପଟେ ଦୀପିକା ୪ ରାଉଣ୍ଡ ଜେରା ହେବା ନେଇ ସୂଚନା ମିଳିଛି । ପ୍ରଥମ ରାଉଣ୍ଡରେ ଜୟା ଶାହା ଓ କରିଶ୍ମା ପ୍ରକାଶଙ୍କ ବୟାନ ଆଧାରରେ ହେବ ପଚରା ଉଚରା । ଦ୍ୱିତୀୟ୍ର ରାଉଣ୍ଡରେ ହ୍ୱାଟସ୍ ଆପ୍ ଗ୍ରୁପ୍ ସ୍କ୍ରିନ୍ ସଟ୍ , ଚାଟ୍ ଓ ଫୋନ୍ ବାବଦରେ ପଚରାଉଚରା କରାଯିବ । ତୃତୀୟ ରାଉଣ୍ଡରେ ଯାଞ୍ଚ ସହ ଜଡ଼ିତ ଓ ଶେଷ ରାଉଣ୍ଡରେ ଦୀପିକା ଓ କରିଶ୍ମାଙ୍କୁ ସହ ସାମ୍ନାସାମ୍ନି ବସାଇ ଜେରା କରିବ ଏନସିବି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular