କଟକ: ତେଲଠୁ ଆରମ୍ଭ କରି ଲୁଣ ପର୍ୟ୍ୟନ୍ତ ସବୁଥିରେ କରାଯାଉଛି ଘୋଟାଲା । ଗତ କିଛିଦିନ ତଳେ ଘିଅର ନକଲି କାରଖାନା ଉଉରେ ଚଢାଉ କରାଯାଇଥିବା ବେଳେ ଆଜି ନକଲି ସସ୍ କମ୍ପାନୀରେ ରେଡ୍ ହୋଇଛି । ନକଲି ସସ୍ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ଉପରେ ଚଢାଉ କରାଯାଇଥିବା ବେଳେ ସେଠାରେ ବୋତଲ ବୋତଲ ସସ୍ ଜବତ କରାଯାଇଥିଲା । କଟକ ଜଗତପୁର ଆଇବି ରୋଡ଼ରେ ଚୋରାରେ ଚାଲିଥିବା ଏକ ନକଲି ସସ କମ୍ପାନୀ ଉପରେ ଜଗତପୁର ପୋଲିସ ଅତର୍କିତ ଚଢାଉ କରିଛି । ଚଢାଉରେ ଲକ୍ଷାଧିକ ଟଙ୍କାର ସସ୍ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯିବା ସହିତ ମାଲିକ କର୍ମଚାରୀଙ୍କୁ ଅଟକ ରଖି ପଚାରାଉଚରା କରାଯାଉଛି। ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ କେମିକାଲ ମିଶାଇ ପ୍ରସ୍ତୁତ କରାଯାଉଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସହର ତଥା ଆଖପାଖ ଅଂଚଳରେ ଏହି କମ୍ପାନୀ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୋଲିସ ସେସବୁ ଉପରେ ଚଢ଼ାଉ ଜାରି ରଖିଛି ।