spot_img

ଭାରତ ଓ ଇସ୍ରାଇଲ ମିଶି ତିଆରି କରିବେ ଆତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ଭାରତ ଓ ଇସ୍ରାଇଲ ଉଭୟ ଦେଶ ସାମରିକ କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା ଚଳାଇଛନ୍ତି । ଏଥିପାଇଁ ଉତ୍ତମ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ଉଭୟ ଦେଶ ଚେଷ୍ଟିତ । ଏହିପରି ଯୋଜନାକୁ ବଢାଇବା ପାଇଁ ଭାରତର ରକ୍ଷା ସଚିବ ଆମର ସମକକ୍ଷ ଇସ୍ରାଇଲ ସହିତ ଏକ ଉପ-କାର୍ଯ୍ୟ ସମୂହ ତିଅରି ହୋଇଛି । ଏହି ଉପ-କାର୍ଯ୍ୟ ସମୂହର ମୁଖ୍ୟକାମ ହେଉଛି ଟେକନିକକୁ ହସ୍ତାନ୍ତରଣ କରିବା, ରକ୍ଷା ଉପକରଣ ଗୁଡ଼ିକର ଉତ୍ପାଦନ, ଟେକନିକ ସୁରକ୍ଷା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ନବାଚାର ଓ ତୃତୀୟ ଦେଶ ସହ ସଂଯୁକ୍ତ ନିର୍ଯାତ ସୁନିଶ୍ଚିତ କରିବା । ଇସ୍ରାଇଲ ଗତ ୨ ଦଶକରୁ ଭାରତକୁ ହତିଆର ଆପୁର୍ତ୍ତିକର୍ତ୍ତା ଦେଶର ସୂଚୀରେ ୪ ନମ୍ବର ସ୍ଥାନରେ ରହିଛି । ଏକ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ କହିବାନୁସାରେ, ବର୍ତ୍ତମାନ ଭାରତୀୟ ରକ୍ଷା ଉଦ୍ୟେଗ ମଜବୁତ ହେବାରେ ଲାଗିଛି । ଏବଂ ତାଙ୍କ କହିବା ଅନୁଯାୟୀ, ଇସ୍ରାଇଲ ମିସାଇଲ, ସେନସର, ସାଇବର ସୁରକ୍ଷା, ବିଭିନ୍ନ ରକ୍ଷା ଉପ ପ୍ରଣାଳୀରେ ୱାର୍ଲ୍ଡ ଲିଡ଼ର ଅଛି । ଏସଡ଼ବ୍ଲୁଜିର ନେତୃତ୍ୱ ଭାରତୀୟ ରକ୍ଷା ମନ୍ତ୍ରାଳୟର ସଂଯୁକ୍ତ ସଚିବ ସଂଜୟ ଜାଜୁ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular