ନୂଆପଡ଼ା: ଛତିଶଗଡ଼ରୁ ଖରିଆର ରୋଡ଼କୁ ବେଆଇନ ଭାବେ ଲୁହାଛଡ଼ ଧରି ଆସୁଥିବା ଏକ ଟ୍ରକକୁ ଜବତ କରାଯାଇଛି। ଲୁହାଛଡ଼ ବୋଝେଇ ହୋଇଥିବା ଟ୍ରକ ମାଲିକଙ୍କଠାରୁ ୩ ଲକ୍ଷ ୪ ହଜାର ୯୩୨ ଟଙ୍କା ଜରିମାନ ଆଦାୟ କରାଯାଇଛି। ସୂଚନା ଅନୁସାରେ ଜିଏସଟି ଓ ସିଏସଟି ଡ଼େପୁଟି କମିଶନର ପ୍ରିୟବ୍ରତ ଗଡ଼ତିଆଙ୍କ ନେତୃତ୍ୱରେ ଗତ ୧୬ ତାରିଖ ଦିନ ରାୟପୁରରୁ ଏକ ଟ୍ରକ ଖରିଆର ରୋଡ଼ ଆସୁଥିଲା। ବିଭାଗ ପକ୍ଷରୁ ଅଫିସ ପାଖରେ ଟ୍ରକ୍ ଜବତ କରିବା ସହ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଟ୍ରକରେ ୨୫.୦୬ ଟନ୍ ଆଇରାନ ଲୁହାଛଡ଼ ରହିଥିଲା। କିନ୍ତୁ ଏହି ଗାଡିର କିଛି ମଧ୍ୟ କଗଜପତ୍ର ନଥିଲା। ୧୦ ଦିନ ଭିତରେ ବହୁଥର ଗାଡି ମାଲିକଙ୍କୁ ନୋଟିସ ଦିଆଯାଥିଲା। ଆଜି ଗାଡି ମାଲିକ ଅଫିସକୁ ପହଞ୍ଚି ୩ ଲକ୍ଷ ୪ ହଜାର ୯୩୨ ଟଙ୍କା ଜମାକଲା ପରେ ବିଭାଗ ପକ୍ଷରୁ ଗାଡିକୁ ଛାଡ଼ି ଦିଆଯାଇଛି।