ନୁଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ଆଧୁନିକ ଜୀବନର ଏକ ଅଙ୍ଗ ପାଲଟି ଯାଇଛି । ଆଲାର୍ମ ଲଗାଇବା ହେଉ କିମ୍ବା ଖବର ଜାଣିବା ହେଉ କିମ୍ବା ପେମେଣ୍ଟ କରିବା କିମ୍ବା ମୁଭି ଦେଖିବା ହେଉ ସବୁ କାମ ଆମେ ଏହି ସ୍ମାର୍ଟଫୋନ ଜରିଆରେ କରିଥାଉ । ଏହି ସବୁ କାମ ପାଇଁ ମୋବାଇଲର ବ୍ୟାଟେରୀରେ ଚାର୍ଜ ଅତ୍ୟନ୍ତ ଆବଶ୍ୟକ । ଅନ୍ୟପଟେ ସବୁବେଳେ ଆମେ ପାୱାରବ୍ୟାଙ୍କ ସାଙ୍ଗରେ ଧରି ବୁଲି ପାରିବା ନାହିଁ । ସେଥିପାଇଁ ଫୋନର ବ୍ୟାଟେରୀକୁ ବଞ୍ଚାଇ ରଖିବା ପାଇଁ ଏହି ୫ଟି ଟିପ୍ସ ଫଲୋ କରନ୍ତୁ ।
ପ୍ରଥମ ଉପାୟ ହେଉଛି, ସବୁବେଳେ ବ୍ଲୁଟୁଥ ଓ ଲୋକେସନ ସର୍ଭିସକୁ ଅଫ ରଖନ୍ତୁ । କାରଣ ଏହା ଅଧିକ ବ୍ୟାଟେରୀ ଚାର୍ଜ ଟାଣିଥାଏ । ଦ୍ୱିତୀୟ ଉପାୟ ହେଉଛି, ଡ଼ିସପ୍ଲେ ବ୍ରାଇଟନେସ କମ ରଖନ୍ତୁ । କାରଣ ଡ଼ିସପ୍ଲେ ମୋବାଇଲର ଏକ ଗୁରୁତ୍ତପୂର୍ଣ୍ଣ ଅଂଶ । ମୋବାଇଲରେ ବ୍ରାଇଟନେସ ଯେତେ ବଢାଇବେ ମୋବାଇଲର ଚାର୍ଜ ସେତେ ମାତ୍ରାରେ ଅଧିକ ଖର୍ଚ୍ଚ ହେବ । ତୃତୀୟ ଉପାୟ ହେଉଛି, ଅଦରକାରୀ ଆପକୁ ବନ୍ଦ କରିଦିଅନ୍ତୁ । ଏହା ମୋବାଇଲର କୌଣସି କାମରେ ଆସିନଥାଏ । କିନ୍ତୁ ଏଗୁଡ଼ିକ ଅନେକ ଚାର୍ଜ ବ୍ୟବହାର କରିଥାନ୍ତି । ଚତୁର୍ଥ ଉପାୟ ଅନୁଯାୟୀ, ମେବାଇଲର ପାୱାର ସେଭିଙ୍ଗ ମୋଡ଼ ଅନ କରନ୍ତୁ । ମୋବାଇଲରେ ପାୱାର ସେଭିଙ୍ଗ ମୋଡ଼ ଅନ କରି ରଖିଲେ ତାହା ବ୍ୟାଟେରୀ ଚାର୍ଜକୁ ବଂଚିତ କରି ରଖେ । ପଞ୍ଚମ ଉପାୟ ଅନୁସାରେ, ଲାଇଭ ୱାଲପେପରର ବ୍ୟବହାରକୁ ବନ୍ଦ କରନ୍ତୁ । ଏହା ସ୍କ୍ରିନକୁ ହାଇ ରେଟରେ ରିଫ୍ରେସ କରିବା ସହିତ ରିସୋର୍ଷର ମଧ୍ୟ ବ୍ୟବହାର କରିଥାଏ । ଏହାକୁ ବ୍ୟବହାର ନକରିବା ସବୁଠୁ ଭଲ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0