ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆସିଛି ହତ୍ୟା ଧମକ । ଏହି ହତ୍ୟା ଧମକ ପରେ ପୁଲିସ ତତ୍ପରତା ବୃଦ୍ଧି ପାଇଛି । ୧୧୨ ହ୍ବାଟ୍ସଆପ୍ ନମ୍ବରକୁ ୯୬୯୬୭୫୫୧୧୩ ନମ୍ବରରୁ ଏହି ମେସେଜ ଆସିଛି । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ସାଇବର ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ବାହୁବଳି ବିଧାୟକ ମୁଖତାର ଆନସାରୀକୁ ଜେଲରୁ ନ ଛାଡ଼ିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଏହି ଧମକ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ମେସେଜ ବୁଧବାର ସକାଳେ ପଠାଯାଇଥିଲା । ଏହା ସହ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କିଛି ଅଶାଳୀନ ଭାଷା ମଧ୍ୟ ପ୍ରୟୋଗ କରାଯାଇଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୁଖତାର ଆନସାରୀଙ୍କୁ ଜେଲରୁ ବାହାର ନ କଲେ ସରକାର ଭାଙ୍ଗି ଦିଆଯିବ ବୋଲି ମଧ୍ୟ ଏଥିରେ କୁହାଯାଇଥିଲା ଏହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରୁ କେହି ଏପରି ମେସେଜ ଦେଇଥିବା ପୁଲିସ ଅନୁମାନ କରୁଛି । ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ଏନେଇ ମେସେଜ ପଠାଇଥିବା ଲୋକକୁ ଠାବ କରିବା ନିମନ୍ତେ ପୁଲିସ ପଦକ୍ଷେପ ନେବା ଆରମ୍ଭ କରିଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0