ଭୁବନେଶ୍ଵର -ରାଜ୍ୟରେ କରୋନା ସଂକ୍ରମଣ ଯେଉଁ ହାରରେ ବଢି ଚାଲିଛି ସେହି ଅନୁସାରେ ସୁସ୍ଥ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ଏହି କ୍ରମରେ ଆଜି ଓଡିଶାରେ ସୁସ୍ଥ ସଂଖ୍ୟା ସବୁ ରେକର୍ଡ କାଟି ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବକାଳୀନ ୪୭୬୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୯୩କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ୧୧୭୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟା ସରକାରଙ୍କଠୁ ନେଇ ଜନ ସାଧାରଣଙ୍କ ପାଇଁ ବଡ ଆଶ୍ଵସ୍ତିକର ହୋଇଛି। କଟକ ଜିଲ୍ଲାଲରୁ ୪୧୧, ମୟୂରଭଞ୍ଜ ଜିଲ୍ଲାରୁ ୨୧୬, ସୁନ୍ଦରଗଡ ଜିଲ୍ଲାରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ଵରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳ ଜିଲ୍ଲାରୁ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ସେହି ପରି ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡାରୁ ୮୯, ଭଦ୍ରକରୁ ୮୬, ମାଲକାନଗିରିରୁ ୬୬, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୬୧, ଗଞ୍ଜାମରୁ ୫୬, ନୂଆପଡାରୁ ୫୩, ରାୟଗଡାରୁ ୫୧, ନୟାଗଡରୁ ୪୨, ଦେବଗଡରୁ ୧୬, ଗଜପତିରୁ ୧୩ ଓ ଗଜପତିରୁ ୧୩ ଜଣ କରୋନା ମୁକ୍ତ ହୋଇଛନ୍ତି। ଏହି ପରି ୩୦ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ରେକ୍ରଡ ୪୭୬୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



Visitors Today : 5
Total Visitors : 130783
Total Views : 9900021
Visitors Online Now : 0