spot_img

୨୮ ତାରିଖରୁ ‘ରେଡିଓ ପାଠଶାଳା’ ଆରମ୍ଭ

ଭୁବନେଶ୍ୱର: ଏଥର ରେଡିଓରୁ ପଢିବେ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତୀଙ୍କୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବ । ସପ୍ତାହରେ ୫ ଦିନ ଏବଂ ପ୍ରତିଦିନ ୧୫ ମିନିଟ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଢାଯିବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୮ ତାରିଖରୁ ‘ରେଡିଓ ପାଠଶାଳା’ ଆରମ୍ଭ ହେବାକୁ ଯାଉଛି । କେଉଁ ଦିନ କେଉଁ ଶ୍ରେଣୀର ପିଲାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ ସେନେଇ ବି ଯୋଜନା ପ୍ରସ୍ତୁତ ସରିଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓରେ ପାଠପଢା ଚାଲିବ । ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପୂର୍ବାହ୍ନ ୧୦ଟାରୁ ୧୦ଟା ୫ ମିନିଟ ଗୋଟିଏ ଶ୍ରେଣୀ ଏବଂ ୧୦ଟା ୫ରୁ ୧୦ଟା ୧୫ ମିନିଟ ପର୍ଯ୍ୟନ୍ତ ଆଉ ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢାଯିବ । ୧୦ଟାରୁ ୧୦ଟା୫ ମିନିଟ ପର୍ଯ୍ୟନ୍ତ ସୋମବାର ଦିନ ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦିନ ଦ୍ୱିତୀୟ ଶ୍ରେଣୀ, ବୁଧବାର ଦିନ ତୃତୀୟ ଶ୍ରେଣୀ ,ଗୁରୁବାର ଚତୁର୍ଥ ଶ୍ରେଣୀ ଓ ଶୁକ୍ରବାର ଷଷ୍ଠ ଶ୍ରେଣୀ, ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ । ସେହିପରି ୧୦ଟା ୫ରୁ ୧୦ଟା ୧୫ ମଧ୍ୟରେ ସୋମବାର ପଞ୍ଚମ ଶ୍ରେଣୀ, ମଙ୍ଗଳବାର ଷଷ୍ଠ ଶ୍ରେଣୀ , ବୁଧବାର ସପ୍ତମ ଶ୍ରେଣୀ, ଗୁରୁବାର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଓଡିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏକ ସମୟରେ ଏହା ପ୍ରସାରିତ ହେବ । ପ୍ରସାରିତ ପାଠ୍ୟକ୍ରମ ‘ଦୀକ୍ଷା’ ଆପରେ ମଧ୍ୟ ଉପଲବ୍ଧ ହେବ । ରେଡିଓ ପାଠପଢା ସମ୍ପର୍କରେ ଯେପରି ପିଲାମନେ ଓ ଅଭିଭାବକ ଜାଣିପାରିବେ, ସେ ଦିଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସିମାନେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular