ମୁମ୍ବାଇ: ଚଳିତ ବର୍ଷ ଗୋଟେପଟେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଅନ୍ୟପଟେ ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ମୃତୁ୍ୟ ମାମାଲା ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ଏହି ମୃତୁ୍ୟ ହତ୍ୟା ନା ଆତ୍ମହତ୍ୟା ତାହା ଦିନକୁ ଦିନ ଅଧିକ ସନ୍ଦେହ ଘେରକୁ ଯାଉଛି । ଅର୍ଥ ହେରଫେର ମାମଲାରେ ଇଡ଼ି ତଦନ୍ତ କରୁଥିବା ବେଳେ ଏବେ ଡ଼୍ରଗ୍ସ ଲିଙ୍କରେ ଖୋଳତାଡ଼ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ । ଏହି ମାମାଲାରେ ଡ଼୍ରଗ୍ସ ଲିଙ୍କରେ ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ଏହାପରେ ବଲିଉଡ଼ର ଅନେକ କଳାକାର ମଧ୍ୟ ଏହି ମାମାଲାରେ ଯୋଡ଼ି ହେବାରେ ଲାଗିଛନ୍ତି । ଏହି କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଏକ ଫିଲ୍ମ । ଏହି ଫିଲ୍ମକୁ ନିର୍ମାଣ ସାରଳା ଏ. ସରାଓଗୀ, ଯିଏ ହେଉଛନ୍ତି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ଏମ. ସାରାଓଗୀଙ୍କ ପତ୍ନୀ । ଏହି ଫିଲ୍ମିର ମୁଖ୍ୟ ଭୁମିକାରେ ଅଭିନୟ କରିବେ ଜୁବୈର ଖାନ । ଏହି ଫିଲ୍ମିରେ ସେ ମହେନ୍ଦ୍ର ସିଂହ ଭୁମିକାରେ ନଜର ଆସିବେ । ସେହିପରି ଭାବେ ଏନସିବି ଅଧିକାରୀଙ୍କ ଭୁମିକାରେ ନଜରକୁ ଆସିବେ ଶକ୍ତି କପୁର । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରକୁ ଫିଲ୍ମରେ ଉର୍ବଶୀ ଭୂମିକାରେ ଦେଖିବାକୁ ମିଳିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0