ପୁରୀ: ବିଶ୍ୱ ପର୍ୟ୍ୟଟନ ଦିବସରୁ ପୁରୀ ଓ କୋଣାର୍କକୁ ଗଡିଲା ମୋ ବସ । କୋରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ମୋ ବସ ସେବା ପୁଣି ଥରେ ଆରମ୍ଭ ହୋଇଛି। ରୁଟ ନମ୍ବର ୫୦ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡରୁ ବାହାରି ପୁରୀ ଯିବ । ସେହିପରି ଅର୍କକ୍ଷେତ୍ର କୋଣାର୍କକୁ ରୁଟ ନମ୍ବର ୭୦ରେ ଗଡିବ ବସ । ତେବେ ମୋ ବସରେ ପୁରୀ ପାଇଁ ୭୦ ଟଙ୍କା ଭଡ଼ା ରଖାଯାଇଥିବା ବେଳେ କୋଣାର୍କ ପାଇଁ ୬୦ ଟଙ୍କା ଭଡ଼ା ଧାର୍ୟ୍ୟ କରାଯାଇଛି । ବସରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ ମଧ୍ୟ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି ।