spot_img

ଆସିଲା ବିଧାନସଭା କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଆସିଲା ବିଧାନସଭା କରୋନା ଟେଷ୍ଟ ରିପୋର୍ଟ । ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ ହୋଇଥିଲା । ବର୍ତ୍ତମାନ ବିଧାନସଭା ବିଶୋଧନ କରାଯାଇ ଅଧିବେଶନ ଆରମ୍ଭ କରାଯିବ । ବିଧାନସଭା ପରିସରରେ କରୋନା ପରୀକ୍ଷା ନେଇ ନମୁନା ସଂଗ୍ରହ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଧାନସଭା ପରିସରରେ ୬ଟି କାଉଣ୍ଟରରେ ନମୁନା ପରୀକ୍ଷା ବ୍ୟବସ୍ଥା ହୋଇଥିଲା । ପ୍ରାୟ ୪୦ ଜଣ ପ୍ରତିକ୍ଷା କରିବା ଭଳି ଦୁଇଟି ପ୍ରତିକ୍ଷାଳୟ ମଧ୍ୟ ହୋଇଥିଲା । ଯେଉଁଠି ଅପେକ୍ଷା କରି ଜଣେ ନମୁନା ଦେଇପାରିବ । ବର୍ତ୍ତମାନ ପୁଣି କରୋନା ପରୀକ୍ଷା ସହ ସୋମବାର ବିଧାନସଭା ପରିସରକୁ ବିଶୋଧନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular