ପାଟନା: ଆଗକୁ ଆସୁଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଡ଼ିୟୁରେ ମିଶିଛନ୍ତି ବିହାରର ପୂର୍ବତନ ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ । ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ଜେଡ଼ିୟୁରେ ମିଶିଛନ୍ତି । ଉଲ୍ଲେଖଯୋଗ୍ୟ, ସେ ପୂର୍ବରୁ ସ୍ୱଚ୍ଛାକୃତ ଭାବରେ ଡ଼ିଜିପି ପଦବୀରୁ ଇସ୍ତଫା ଦେଇଥିଲେ । ଗତକାଲି ସେ ନିତୀଶ କୁମାରଙ୍କୁ ଭେଟିଥିଲେ । ପୂର୍ବରୁ ସେ ଆଗାମୀ ବିହାର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଯାହା ଚର୍ଚ୍ଚା ହେଉଥିଲା, ତାକୁ ସେ ଗତ କାଲି ଖଣ୍ଡନ କରିଥିଲେ କିନ୍ତୁ ଆଜି ସେ ଜେଡ଼ିୟୁରେ ମିଶିଛନ୍ତି । ତେବେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଗୁପ୍ତେଶ୍ୱର ପାଣ୍ଡେ ପ୍ରତିଦ୍ୱନ୍ଦିତା କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0