spot_img

ବୌଦ୍ଧ ଡେପୁଟି କଲେକ୍ଟରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କ ନାଁରେ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ। ଶରତ ବାଗ ନିଜ ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିବା ସହ ଶାରୀରିକ ନିର୍ୟ୍ୟାତନା ଏବଂ ଅନ୍ୟ ମହିଳାଙ୍କ ସହିତ ତାଙ୍କର ସଂପର୍କ ଥିବା ନେଇ ଡେପୁଟି କଲେକ୍ଟରଙ୍କ ପତ୍ନୀ ଆଣିଛନ୍ତି ଅଭିଯୋଗ । ସୂଚନା ଅନୁସାରେ, ଶରତ ବାଗ କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ତାଙ୍କ ପତ୍ନୀ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସମ୍ପର୍କୀୟଙ୍କ ସହ ମିଶି ଶରତ ବାଗ ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି। ଶରତ ବାଗ ଏବଂ ତାଙ୍କର ପତ୍ନୀଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ସେପଟେ ପୁରା ଘଟଣାକୁ ଷଡଯନ୍ତ୍ର ବୋଲି କହିଛନ୍ତି ବୌଦ୍ଧ ଡେପୁଟି କଲେକ୍ଟର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular