spot_img

ଦେଶରେ ୨୪ ଘଣ୍ଟାରେ ୮୨,୧୭୦ ଆକ୍ରାନ୍ତ ଓ ୧୦୩୯ ମୃତ

ନୂଆଦିଲ୍ଲୀ: ଦେଶରେ ୬୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ସମଗ୍ର ଦେଶରେ ୬୦, ୭୪, ୭୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫୦, ୧୬, ୫୨୦ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ୯୫, ୫୪୨ ଜଣଙ୍କର ପ୍ରାଣ ନେଇଛି ମହାମାରୀ କରୋନା । ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୨, ୬୪୦ ରହିଛି । ଦିନକରେ କରୋନାରେ ଯାଇଛି ୧୦୩୯ ଜୀବନ । ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ ନୂତନ ସଂକ୍ରମଣ ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ସଂଖ୍ୟା ୭୪,୦୦୦ ଟପିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯.୬ ଲକ୍ଷ ରହିଛି । ଏଯାବତ ଚିହ୍ନଟ ହୋଇଥିବା ପ୍ରାୟ ୬୦ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ଆରେଗ୍ୟ ହାର ୮୨.୫୮ ଥିବା ବେଳେ ମୃତ୍ୟୁହାର ୧.୫୭ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular