ଭୁବନେଶ୍ୱର: ପ୍ରତି ୧୫ ଦିନରେ କୋଭିଡ଼୍ ହସ୍ପିଟାଲରେ ହେବ ଫାୟାର ଅଡ଼ିଟ୍ । ସଦଗୁରୁ କୋଭିଡ଼୍ ହସ୍ପିଟାଲ ଅଗ୍ନକାଣ୍ଡ ପରେ ନିର୍ଦ୍ଦେଶାବଳୀ ଜାରି କରିଛି ଅଗ୍ନିଶମ ବିଭାଗ । ସବୁ କୋଭିଡ୍ ହସ୍ପିଟାଲରେ ପ୍ରତି ୧୫ ଦିନରେ ଥରେ ନିରାପତ୍ତା ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରତି ୧୫ ଦିନରେ ଥରେ ଜରୁରୀକାଳୀନ ଡ୍ରିଲ ନେଇ ମଧ୍ୟ ନିଷ୍ପତ୍ତି । କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ଉପସ୍ଥିତ ସମ୍ବଳରେ ମୁକାବିଲା ପ୍ରସ୍ତୁତି କରାଯିବ । କୋଭିଡ଼୍ ହସ୍ପିଟାଲରେ ଜଣଙ୍କୁ ଇମରଜେନ୍ସି ରେସପନ୍ସ ଅଫିସର ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ କୋଭିଡ୍ ହସ୍ପିଟାଲ ପାଇଁ ମଧ୍ୟ ଚେକ୍ ଲିଷ୍ଟ ଜାରି କରିଛି ଅଗ୍ନିଶମ ବିଭାଗ ।