spot_img

ବନ୍ଦ ହେଲା ନିଜିଗଡ଼ ତାପଙ୍ଗ ପଥରଖଣି

ଖୋର୍ଦ୍ଧା: ତାପଙ୍ଗ ସ୍ଥିତ ପଥର ଖଣିକୁ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲଫି ପଏଣ୍ଟ ପାଲଟିଥିବା ପଥର ଖଣିକୁ ଯିବା ଉପରେ ସମ୍ପୂର୍ଣ୍ଣ ନିଶେଧାଦେଶ ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି । ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏଠାକୁ ପର୍ୟ୍ୟଟକଙ୍କ ଭିଡ ଜମିଥିଲା। ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ । ବର୍ତ୍ତମାନ , ପାହାଡ଼ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ମଧ୍ୟ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରାଯାଉଛି । ଏହି ସବୁକୁ ଦୃଷ୍ଟିରେ ରଖି ପଥର ଖଣି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular