ଆଠଗଡ: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ଆଠଗଡରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲୁଛି । ଏହାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ଆଠଗଡକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଠଗଡ ବ୍ୟବସାୟୀ ସଂଘ ପକ୍ଷରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ଓ ବୁଧବାରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ଏହାସହ ଅକ୍ଟୋବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବଜାର ସମୟରେ କଟକଣା ଜାରି ରହିବ । ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ୫ ବଜାର କମିଟି ନିଷ୍ପତ୍ତି ନେଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0