ନୂଆଦିଲ୍ଲୀ: ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ରାଜ୍ୟର ଦୁଇ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟଗ୍ରହଣ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ପାଇଁ ଉପନିର୍ବାଚନ ହେବ ।
ଉପନିର୍ବାଚନ ପାଇଁ ଅକ୍ଟୋବର ୯ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ଅକ୍ଟୋବର ୧୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୧୭ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନଭେମ୍ବର ୩ରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ନଭେମ୍ବର ୧୦ରେ ହେବ ଭୋଟଗଣତି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
କରୋନା କାଳ ଭିତରେ ଅନେକ ଗୁଡିଏ କଟକଣା ଭିତରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଉଭୟ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ଏନେଇ ଗାଇଡଲାଇନ ଜାରି କରାଯାଇଛି । ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଠାରୁ ଆରମ୍ଭ କରି ପ୍ରଚାର ପର୍ୟ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ରହିବ କଟକଣା । ସେହିଭଳି ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟ ଗ୍ରହଣ କେନ୍ଦ୍ର ବଢାଯିବା ସହ ମାସ୍କ, ସାନିଟାଇଜର ଓ ଗ୍ଲୋବସର ବ୍ୟବହାର କରାଯିବ । ବିଧାୟକ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ଖାଲି ପଡିଛି । ଏହି ୨ ଆସନରେ ଆସନ୍ତା ନଭମ୍ବେର ୩ ତାରିଖରେ ଭୋଟଗ୍ରହଣ ହେବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0