spot_img

ଡୁଡଲରେ ସ୍ଥାନ ପାଇଲେ ଜୋହରା ସେହଗଲ

ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ, ଜୋହରା ସେହଗଲ ଗୁଗଲ ଡୁଡୁଲରେ ସ୍ଥାନ ପାଇଛନ୍ତି । ଆଜିର ଦିନରେ ୧୯୪୬ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ଫିଲ୍ମ ‘ନିଚା ନଗର’ ରିଲିଜ ହୋଇଥିଲା । ଏହି ଫେଷ୍ଟିଭାଲରେ ତାଙ୍କୁ ସର୍ବୋଚ୍ଚ ‘ପାମ୍ ଡି’ଓର’ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ପୁରା ନାଁ ସାହିବଜାଦି ବେଗମ୍ ଜୋହରା ମୁମତାଜୁଲ୍ଲାହ ଖାନ୍ । ସେ ଉତ୍ତର ପ୍ରଦେଶରେ ଏପ୍ରିଲ ୨୭ ତାରିଖରେ ଜୋହରା ଜନ୍ମ ଗ୍ରହଣ କରିଥିଲେ । ସେ ଜର୍ମାନୀର ଏକ ପ୍ରସିଦ୍ଧ ସ୍କୁଲରେ ବ୍ୟାଲେ ନୃତ୍ୟ ଶିଖିବାକୁ ଯାଇଥିଲେ । ତା’ପରେ ସେ ପ୍ରସିଦ୍ଧ ଭାରତୀୟ ନୃତ୍ୟଗୁରୁ ଉଦୟ ଶଙ୍କରଙ୍କ ଦଳରେ ସାମିଲ ହୋଇଥିଲେ । ସେହି ଟ୍ରୁପ୍ରେ ସେ ନିଜ ଜୀବନସାଥୀ କାମେଶ୍ୱର ସେହଗଲଙ୍କୁ ଭେଟିଥିଲେ । ସେମାନେ ୧୯୪୨ ମସିହାରେ ବିବାହ କରିଥିଲେ । ଶେଷଥର ପାଇଁ ୨୦୦୭ ମସିହାରେ ରିଲିଜ ହୋଇଥିବା ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ସାୱରିଆ’ରେ ନଜର ଆସିଥିଲେ । ୨୦୧୪ ମସିହା ଜୁଲାଇ ୧୦ ତାରିଖରେ ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular