ବୌଦ୍ଧ : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ। ପତ୍ନୀ ନିର୍ୟାତନା ଅଭିଯୋଗରେ ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ପତ୍ନୀଙ୍କ ଅଭିଯୋଗ କ୍ରମେ ୩ ଦିନ ପୂର୍ବେ ଶରତ ବାଗ ନିଜ କାର୍ରେ ତାଙ୍କ ପ୍ରେମିକାଙ୍କ ସହିତ ବଢ଼େଇମୁଣ୍ଡା ରାସ୍ତାରେ ଯାଉଥିବା ଦେଖି ପତ୍ନୀ ତାଙ୍କୁ ପିଛା କରିଥିଲେ। କିଛି ଦୂର ଯିବା ପରେ କାଳିମନ୍ଦିର ରାସ୍ତାରେ ସେମାନେ ଗୋଟିଏ ଦୋକାନରୁ ମଦ କିଣି କୋଲାବିରା ରାସ୍ତାରେ ଥିବା ଏକ ଢାବାରେ ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ଇଞ୍ଜିନିୟରିଂ ସ୍କୁଲ ନିକଟରେ ଥିବା ଜଣଙ୍କ ଘରକୁ ଯାଇଥିଲେ। ସେ ଘରେ ଧସେଇ ପଶିବା ବେଳକୁ ତାଙ୍କ ସ୍ୱାମୀ ଶରତ ଶୋଇଥିବା ବେଳେ ନିକଟରେ ତାଙ୍କ ପ୍ରେମିକା ବସିଥିଲେ ଓ ଅନ୍ୟ ସମସ୍ତେ ବସି ମଦ ପିଉଥିବା ଦେଖିଥିଲେ। ପତ୍ନୀଙ୍କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଗଲେ। ହଠାତ୍ ସମସ୍ତେ ମୋ ଉପରେ ଲୁହା ଛଡ଼ ଓ ବାଡ଼ିରେ ମାଡ଼ଧର କରିବା ଆରମ୍ଭ କରିଦେଇଥିଲେ ବୋଲି ଡାଲିଆ ଦେବନାଥ ଅଭିଯୋଗ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଆର୍ମସ ଆକ୍ଟରେ ଏତଲା ଦାୟର କରାଯାଇ ଥିଲା । ଆଜି ପୁଲିସ ସମ୍ପୃକ୍ତ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0