ବ୍ରାବି ମସଜିଦ୍ ଶୁଣାଣି ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବ୍ରି ମସଜିଦ୍ ବି ଧ୍ୱଂସ ମାମାଲାରେ ବୁଧବାର ଦିନ ସିବିଆଇର ବିଶେଷ ଅଦାଲତର ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତଚି ସତ୍ୟମେବ ଜୟତେ ଅନୁରୁପ ସତ୍ୟର ବିଜୟ ହୋଇଛି । ତା ଛଡା ଯୋଗୀ ଆଦିତ୍ୟନାଥ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଅଦାଲତ ନିଷ୍ପତ୍ତି ସ୍ପଷ୍ଟ ଦର୍ଶାଉଛି ଯେ ତକ୍ରାଳୀନ କଂଗ୍ରେସ ସରକାର ଦ୍ୱାରା ରାଜନୈତିକ ପୁର୍ବାଗ୍ରହରୁ ଗ୍ରସିତ ହୋଇ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ଏବଂ ଦେଶର ପୁଜ୍ୟ ସନ୍ଥ ,ଭାରତୀୟ ଜନତା ପାର୍ଟିର ନେତା ସହ ବିଶ୍ୱ ହିନ୍ଦୁ ପରିସର ସହ ଜଡିତ ବରିଷ୍ଠ ପଦାଧିକାର ଏବଂ ସମାଜ ସହ ଜଡିତ ବିଭିନ୍ନ ବିଶ୍ୱ ହିନ୍ଦୁ ପରିସର ବରିଷ୍ଠ ପଦାଧିକାର ଏବଂ ସମାଜ ସହ ଜଡିତ ବିଭିନ୍ନ ସଂଗଠନର ପଦାଧିକାରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମିଛ ମାମଲାରେ ଫସାଇ ବଦନାମ କରାଯାଇଥିଲା । ଏହି ଷଡଯନ୍ତ୍ର ପାଇଁ ଯେଉଁମାନେ ଦୋଷୀ ସେମାନେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଯୋଗୀ ।
ସୂଚନାଯୋଗ୍ୟ ଯେ, ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣିରେ ସିବିଆଇର ସ୍ପେଶାଲ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ସମସ୍ତ ୪୯ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ମାମଲାର ଶୁଣାଣି ସମୟରେ ୧୭ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ବାକି ୩୨ ଅଭିଯୁକ୍ତଙ୍କୁ ବିଚାରପତି ଦୋଷମୁକ୍ତ କରିଛନ୍ତି । ବିଚାରପତି ଶୁଣାଣିରେ କହିଛନ୍ତି ଯେ ୧୯୯୨ ଡିସେମ୍ବର ୬ ତାରିଖରେ ଯାହା ଘଟିଥିଲା ତାହା ପୂର୍ବ ନିୟୋଜିତ ଘଟଣା ନଥିଲା । ଘଟଣା ଆକସ୍ମିକ ଥିଲା । ଏହାସହ ଅଭିଯୁକ୍ତଙ୍କ ବିରୋଧରେ କୌଣସି ସାକ୍ଷୀ ମଧ୍ୟ ମିଳିନାହିଁ ବୋଲି ସେ କହିଛନ୍ତି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0