spot_img

କଲିକତା ନାଇଟ ରାଇଡ଼ର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି କଡ଼ା ଟକ୍କର

ଦୁବାଇ: ଆଇପିଏଲ ତ୍ରୟୋଦଶତମ ସଂସ୍କରଣର ଆଜି ଦ୍ୱାଦଶତମ ମ୍ୟାଚ । କଲିକତା ନାଇଟ ରାଇଡ଼ର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି । ଦିନେଶ କାର୍ତ୍ତୀଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇଡ଼ର୍ସର ଆଜି ତୃତୀୟ ମ୍ୟାଚ । ତେବେ କଲିକତା ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି । ଆଜିର ମ୍ୟାଚରେ କଲିକତା ତା’ର ବିଜୟ ଧାରାକୁ ବଜାୟ ରଖିବା ପାଇଁ ଖେଳୁଛି । ସେହିପରି ଷ୍ଟିଭ୍ ସ୍ମିତଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ଆଜିର ମ୍ୟାଚ ଜିତି ହାଟ୍ରିକ ବିଜୟ ଲକ୍ଷର ଆଶା ରଖିଛି । କଲିକତା ଦଳର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଇୟାନ ମୋର୍ଗାନ ସନରାଇଜର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଷ୍ଟାର ପ୍ଲେୟାର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂର ଯାଦୁ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାକୁ ମିଳିନାହିଁ । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଦଳର ସ୍ପିନର ଭାବେ କୂଳଦୀପ ଯାଦବ ରହିଛନ୍ତି । ଯାହା ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ । ସେହିପରି ରାଜସ୍ଥାନ ରୟାଲ୍ସ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି କିଙ୍ଗସ ଏକାଦଶ ପଞ୍ଜାବକୁ ୪ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଅଲରାଉଣ୍ଡର ରାହୁଲ ତିୱାତିଆ ତାଙ୍କ ଧୁଆଁଧାର ବ୍ୟାଟିଂ କରି ମ୍ୟାଚକୁ ଜିତିବାରେ ସହାୟକ କରିଥିଲେ । ତେବେ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଜେଫ୍ରା ଆର୍ଚର ରହିଛନ୍ତି । ସେହିପରି ଏସ ଗୋପାଲ ଓ ରାହୁଲ ତିୱାତିଆଙ୍କ ଭଳି ପ୍ରମୁଖ ସ୍ଫିନର ଦଳରେ ଅଛନ୍ତି । ଅନ୍ୟପଟେ ଦଳରେ ଷ୍ଟିଭ ସ୍ମିତ, ସଞ୍ଜୁୁ ସାମସନ ଓ ଜୋସ ବଟଲରଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଯାହାକି ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ତେବେ ଅଭିଜ୍ଞ ଦିନେଶ କାର୍ତ୍ତୀକ ଓ ଷ୍ଟିଭ ଷ୍ମିତଙ୍କ ମଧ୍ୟରେ ଆଜିର ମ୍ୟାଚ ଆଇପିଏଲ ଲଢେଇର ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular