ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ । କରୋନା ନେଇ ଗୃହରେ ବିରୋଧୀଙ୍କ ମୁଲତବି ନୋଟିସ୍ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ବିବୃତି ରଖିଛନ୍ତି । ରାଜ୍ୟରେ ମୋଟ ସକ୍ରିୟ ମାମଲା ୩୬ ହାଜରରୁ ଅଧିକ । ରାଜ୍ୟରେ ୨୯ ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି । ୭ହଜାର ୩୪୮ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଜାତୀୟ ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮ରହିଛି । ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ଥିଲା। କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କୋଭିଡ କିଟ କ୍ରୟରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏନେଇ ତଦନ୍ତ ଚାଲିଛି, ଯିଏ ଦୋଷୀ ହେବ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ଉଠାଇଥିଲେ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0