ମୁମ୍ବାଇ: ଯୌନ ନିର୍ଯ୍ୟାତନା ମାମଲାରେ ବଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କରିବା ପରେ ଜେରା ପାଇଁ ସମନ କରିଛି ମୁମ୍ବାଇ ପୁଲିସ । ମୁମ୍ବାଇର ବର୍ସୋବା ଥାନାରେ ଅନୁରାଗଙ୍କ ବିରୋଧରେ ପାୟଲ ଅଭିଯୋଗ କରିଥିଲେ । ଏହା ପରେ ମଧ୍ୟ ଅନୁରାଗ ଗିରଫ ହୋଇନଥିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଅନୁରାଗଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ପାୟଲ । ତାଙ୍କୁ ଅଟକ ରଖିବା, ଷଡଯନ୍ତ୍ର କରିବା ଓ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କାରିବା ଅଭିଯୋଗ ହୋଇଥିଲା । ଆଇପିସିର ଧାରା ୩୭୬,୩୫୪, ୩୪୧ ଓ ୩୪୨ ଅନୁଯାୟୀ ଅନୁରାଗଙ୍କ ବିରୋଧରେ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0