ମୁମ୍ବାଇ: ଡ୍ରଗ୍ସ ଲିଙ୍କକୁ କେନ୍ଦ୍ରକରି ବଲିଉଡର ଅଭିନେତ୍ରୀଙ୍କୁ ଏନସିବି ଜେରା କରୁଥିଲା । ଇତି ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ କ୍ଲିନ ଚିଟ ଦେଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଦୀପିକା ପାଦୁକୋନ ଓ ତାଙ୍କ ମ୍ୟାନେଜରଙ୍କୁ ଏନସିବି ଜେରା କରିବା ପାଇଁ କିଛି ଦିନ ପୂର୍ବରୁ ଡ଼ାକିଥିଲା । ତାଙ୍କ କହିବା ଅନୁସାରେ ୨୦୧୭ ହ୍ୱାଟସ ଆପ ଚାଟରେ ସେମାନେ ମାଲ, ୱିଡ଼, ହ୍ୟାସ, ଡ଼ବ ଆଦି କୋଟ ୱାଡ଼ ବିଭିନ୍ନ ପ୍ରକାରର ସିଗାରେଟ ପାଇଁ ବ୍ୟବହାର କରୁଥିଲେ । ନିମ୍ନ ମାନର ସିଗାରେଟକୁ ମାଲ, ସ୍ଲିମ ଏବଂ ଉନ୍ନତ ମାନର ସିଗାରେଟ ପାଇଁ ହ୍ୟାସ ଓ ମୋଟା ପାଇଁ ଡ଼ବ ବୋଲି କହୁଥିଲେ । ଏପରିକି ଏନସିବି ଅଧିକାରୀମାନେ ଦୁହିଁଙ୍କୁ ଭିନ୍ନ ଭିନ୍ନ ରୁମରେ ପ୍ରଶ୍ନ ପଚାରିଥିଲେ । କିନ୍ତୁ ଦୁହେଁ କୋଡ଼ ୱାଡ଼କୁ ସମାନ ଭାବେ ପ୍ରକାଶ କରିଥିବାର ଏନସିବି ଅଧିକାରୀମାନେ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0