spot_img

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଏବିଭିପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟସରକାର ଚଳିତ ବର୍ଷ ବିଧାନସଭା ମୌସୁମୀ ଅଧିବେଶନରେ ଆଗତ କରିଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏଥିପାଇଁ ଆଜି ବିଧାନସଭା ଘେରାଉ କରିବା ସହିତ ଏହାକୁ ଅସାମ୍ବିଧାନିକ ଗେଜେଟକ କହି ପୋଡ଼ି ଦିଆଯାଇଛି । ସରକାର ଏହି ଶିକ୍ଷା ବିରୋଧି ଥଇଥାନ ଅଧିନିୟମକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବା ସହିତ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ପରିବେଶକୁ ନଷ୍ଟ ନ କରିବା ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଛି । ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସିନେଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ସହଭାଗୀତା ରହୁଥିବା ବେଳେ ସରକାର ଏହି ସିନେଟ ବ୍ୟବସ୍ଥା ଉଠାଇ ଦେବାକୁ ବିଦ୍ୟାର୍ଥୀ ପରିଷଦ ଘୋର ବିରୋଧ କରିବା ସହିତ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ବିଦ୍ୟାର୍ଥୀ ପରିଷଦ କେବେବି ସରକାରଙ୍କ ଏହି ସଂପୂର୍ଣ୍ଣ ଶିକ୍ଷା ବିରୋଧି ଓ ଅସାମ୍ବିଧାନିକ ନିତୀକୁ ଲାଗୁ କରିବାକୁ ଦେବନାହିଁ ବୋଲି ସଂଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି । ଏହି ବିକ୍ଷୋଭରେ ସୁଧାଂଶୁ ସାହୁ, ସୁଭସ୍ମିତା ଦାଶ, ପ୍ରୀତମ ଦାସ, ସୌମେଶ ଚନ୍ଦ୍ର ଦେ, ରାଜିତ ନାୟକ, ରାକେଶ କୁମାର ପରିଡ଼ା, ସୂର୍ଯ୍ୟପ୍ରକାଶ କର, ନିଶିକାନ୍ତ ମିଶ୍ର, ପ୍ରଦୀପ ସାହୁ, ଗୋପବନ୍ଧୁ ଜେନା, ମିଲନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular