ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଟ୍ରାକରେ ଗଡିବା ନେଇ ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି । ଆଇଆରସିଟିସି ପକ୍ଷରୁ ଅକ୍ଟୋବର ୧୭ ତାରିଖ ଠାରୁ ତେଜସ୍ ଟ୍ରେନ ଚଳାଚଳ କରାଇବା ନେଇ ରେଳ ମନ୍ତ୍ରଣାଳୟକୁ ଅନୁମତି ମାଗିଛି । ଏହା ସହ ଲିଜ୍ ଚାର୍ଜ କ୍ଷମା କରିବା ନେଇ ମଧ୍ୟ ଚିଠିରେ ଅନୁରୋଧ କରାଯାଇଛି । ଘରୋଇ ଟ୍ରେନ୍ ୨୦୨୦ ଆରମ୍ଭରୁ ଦିଲ୍ଲୀ-ଲଖ୍ନୌ, ଅହମ୍ମଦାବାଦ-ମୁମ୍ବାଇ ଏବଂ ବାରଣାସୀ–ଇନ୍ଦୋର ମଧ୍ୟରେ ଚାଲିଥିଲା । ହେଲେ କରୋନା ମହାମାରୀ ପାଇଁ ୨୨ ମାର୍ଚ୍ଚରୁ ଏହାକୁ ବନ୍ଦ ରଖାଯାଇଥିଲା । ଘରୋଇ ଟ୍ରେନର ପରିଚାଳନା କ୍ଷମତା ଆଇଆରସିଟିସି ହାତରେ ରହିଛି । ତେଜସ ଟ୍ରେନ୍ ପାଇଁ ଆଇଆରସିଟିସି ରେଳ ମନ୍ତ୍ରଣାଳୟକୁ ଦୈନିକ ୧୩ ଲକ୍ଷ ଟଙ୍କା ଲିଜ୍ ଚାର୍ଜ ଦେବାକୁ ପଡିଥାଏ । ଏହି ଟ୍ରେନ୍ ଯାତ୍ରୀ ମାନଙ୍କୁ କିଛି ଖାସ୍ ସୁବିଧା ଯୋଗାଇଥାଏ । ଏହି ଟ୍ରେନରେ ସୁସ୍ୱାଦୁ ଖାଦ୍ୟ ବିନା ମୂଲ୍ୟରେ ମିଳିଥାଏ । ଏହାସହ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୨୫ ଲକ୍ଷ ଟଙ୍କାଯାଏ ମାଗଣା ରେଳଯାତ୍ରାର ସୁବିଧା ଦେଇଥାଏ ଆଇଆରସିଟିସି । ଅନ୍ୟପଟେ ରେଳର ବିଳମ୍ବତା ନେଇ ବି ଯାତ୍ରୀ ମାନଙ୍କୁ କ୍ଷତିପୁରଣ ପ୍ରଦାନ କରିଥାଏ ଆଇଆସିଟିସି । ଏଭଳି କି ୨ ଘଣ୍ଟା ବିଳମ୍ବ ପାଇଁ ୧ ଶହ ଟଙ୍କା ଓ ୨ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା କ୍ଷତିପୁରଣ ଯାତ୍ରୀ ମାନଙ୍କୁ ମିଳିଥାଏ ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0