spot_img

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଭଦ୍ରକ : ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଲେବର ଲାଇସେନ୍ସ ନବୀକରଣ ବାବଦକୁ ନେଉଥିଲେ ଲାଞ୍ଚ । କନିଷ୍ଠ କିରାଣୀଙ୍କ ନାଁ ସୁଧାକର ବାରିକ ବୋଲି ସୂଚନା ମିଳିଛି । ଲେବର ଲାଇସେନ୍ସ ନବୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟ ଏଜେନ୍ସି ଠାରୁ ୧୩ହଜାର ଟଙ୍କା ଦାବି କରିଥିଲେ । ପରେ ମୁଲଚାଳ ହୋଇ ୯ ହଜାର ଟଙ୍କାରେ କଥା ହୋଇଥିଲା । ଭବାନୀ ସିକ୍ୟୁରିଟି ସଂସ୍ଥା ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ପରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣୀଙ୍କୁ ଭଦ୍ରକ ଭିଜିଲାନ୍ସ ଧରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular