spot_img

ପାଞ୍ଚ ବନବାସୀଙ୍କ ଘର ପୋଡିଦେଲେ ଦୁର୍ବୃତ୍ତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ପୋଲକା ଡଙ୍ଗରରେ ବାସ କରୁଥିବା ୫ ବନବାସୀଙ୍କ ଘରକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ୬ଟି ପରିବାର ଓ ନବରଙ୍ଗପୁର ଚନ୍ଦ୍ରପୁର ଗାଁର ୬ ପରିବାର, ଦୀର୍ଘ ୫ ବର୍ଷ ହେଲା ଜଙ୍ଗଲରେ ବସବାସ କରି ଆସୁଥିଲେ । ଏହି ୧୨ଟି ପରିବାର ମକାଚାଷ କରି ଜୀବିକା ନିର୍ବାହ କରୁଥିଲେ । ହେଲେ କିଛି ଦୁର୍ବୃତ୍ତ ଆସି ୫ ବନବାସୀଙ୍କ ଘର ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି । ଘର ପୋଡ଼ି ଦେବା ଫଳରେ ଘରେ ଥିବା ଆସବାବପତ୍ର ସବୁ ପୋଡ଼ି ଯାଇଛି। ଆଉ ଏହି ୫ଟି ପରିବାର ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ଏହି ଘର ପୋଡ଼ିକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular