ନୀଳଗିରି : ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପଞ୍ଚଲିଙ୍ଗେଶ୍ବର ଶୈବପୀଠ । ଏବେ ଶୈବପୀଠ ବନ୍ଦ ଥିବାବେଳେ ନିଛାଟିଆ ରାସ୍ତାର ସୁଯୋଗରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟ କରିନେଇଥିବା ଜଣାପଡିଛି।
ବାଲେଶ୍ଵର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଶୈବପୀଠ ମୁଖ୍ୟ ଫାଟକରେ ଏବେ କରୋନା କଟକଣା ପାଇଁ ତାଲା ଝୁଲୁଛି। ପୂଜକ ନୀତିପୂଜା କରିବାକୁ ଭିତରକୁ ଯିବା ବ୍ୟତୀତ ଆଉ କାହାରିକୁ ଭିତରକୁ ନଯିବା ପାଇଁ କଟକଣା ରହିଛି। ହେଲେ ଏହାକୁ ଖାତିର ନକରି ବହୁ ଯୁବକ ଏହି ପୀଠକୁ ବୁଲିବାକୁ ଆସୁଛନ୍ତି । ସୋମବାର ଦିନ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ଅଭୟ ବେହେରା ଓ ଜୟନ୍ତ ସେନାପତି ପଞ୍ଚଲିଙ୍ଗେଶ୍ବର ଶୈବପୀଠକୁ ବୁଲିବାକୁ ଆସିଥିଲେ। ଏକ ହୋଟେଲରେ ରହି ରାତି ୯ଟାରେ ପଞ୍ଚଲିଙ୍ଗେଶ୍ବର ପାର୍କିଂ ଅଞ୍ଚଳକୁ ବୁଲିବାକୁ ଯାଇଥିବାବେଳେ ସେହି ଅଞ୍ଚଳର ତିନି ଜଣ ଯୁବକ ତାଙ୍କୁ ମାଡ଼ ମାରି ତାଙ୍କଠାରୁ ସୁନା ହାର ଓ ୧୮ ହଜାର ୨୦୦ ଟଙ୍କା ଲୁଟିନେଲେ। ପ୍ରତିବାଦ କରିବା ପରେ ସେମାନେ ସେଠାରୁ ପଳାଇ ଆସିଥିଲେ। ପରେ ନୀଳଗିରି ପୋଲିସ ଓ ଈଶ୍ୱରପୁର ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏନେଇ ନୀଳଗିରି ଥାନାରେ ୩୩୪ ନମ୍ବର ମାମଲା ରୁଜୁ ହୋଇଥିବା ଜଣାପଡିଛି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0