spot_img

ଅକ୍ଟୋବର ୩୧ ଯାଏଁ ବଢିଲା ସ୍ୱର୍ଗଦ୍ୱାର କଟକଣା

ପୁରୀ : କରୋନା ସଂକ୍ରମଣକୁ ରୋକିବାକୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ପ୍ରବେଶରେ କଟକଣାକୁ ବୃଦ୍ଧି କରାଯାଇଛି। ବାହାର ଜିଲ୍ଲାର ଲୋକେ କୌଣସି ପରିସ୍ଥିତିରେ ଏଠାରେ ଶବଦାହ କି ଅସ୍ଥି ବିସର୍ଜନ କରିପାରିବେ ନାହିଁ। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ପୂର୍ବରୁ ଏହି କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଆଜି ଏହି କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକେ ଶବଦାହ କରିପାରିବେ ନାହିଁ। ପୁରୀ ଜିଲ୍ଲା ଲୋକଙ୍କୁ କେବଳ ଶବଦାହର ଅନୁମତି ମିଳିବ, ତା’ ପୁଣି କଟକଣା ଭିତରେ। କରୋନା ନିୟମ ପାଳନ କରି ଜିଲ୍ଲାବାସୀ ସମ୍ପର୍କୀୟଙ୍କ ଶବଦାହ ଓ ଅସ୍ଥି ବିସର୍ଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ବାହାରୁ ଆସୁଥିବା ଶବାଧାର ଉପରେ ନଜର ରଖିବାକୁ ପୁରୀ ତହସିଲଦାର ଓ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular