ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପାଲବଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ଶୌଚ ହେବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । । ମୃତ ଯୁବକଙ୍କ ନାମ ଲବ ହୋ । ତାଙ୍କ ବୟସ ୨୦ ବର୍ଷ ହେବ।
ସୂଚନା ଅନୁସାରେ ଲବ ଶୌଚ ହେବାକୁ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ହେତୁ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା । ମୃତଦେହ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ ନିମନ୍ତେ ଭର୍ତ୍ତି କରାଯାଇଛି । ଆନନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0