ଚୀନ – ଜଣେ ଚୀନା ଭ୍ଲଗରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କର ପୂର୍ବତନ ସ୍ବାମୀ ଲାଇଭ୍ ଶୋ’ରେ ହିଁ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ୧୬ ଦିନ ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ସେ ପ୍ରାଣ ହରାଇଛନ୍ତି। ଏହି ସୋସିଆଲ ମିଡିଆ ଷ୍ଟାର୍ କେବଳ ‘ରାମ’ ନାଁରେ ହିଁ ଲୋକପ୍ରିୟ। ଏହି ଆକ୍ରମଣ ପରେ ସେପ୍ଟେମ୍ବର ୧୪ରେ ସେ କୋମାକୁ ଆସିଥିଲେ। ରାମ ଲାଇଭ୍ ଶୋ’ ସୁଟିଂ କରିବା ବେଳେ ତାଙ୍କ ସ୍ବାମୀ ତାଙ୍କ ଉପରେ ପେଟ୍ରୋଲ ଢ଼ାଲି ନିଆଁ ଲଗାଇ ଦେଇଥିଲେ। ଏହା ଦ୍ବାରା ତାଙ୍କ ଶରୀରର ୯୦ ପ୍ରତିଶତ ଭାଗ ଜଳିଯାଇ ଥିଲା। ତେବେ କୁହାଯାଉଛି ସ୍ବାମୀକୁ ଛାଡପତ୍ର ଦେବା ପରେ ତାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଏଭଳି ନାରକୀୟ କାଣ୍ଡ ରଚାଯାଇଛି।ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ରାମଙ୍କର ଅନଲାଇନରେ ଥିଲେ ବହୁ ସଂଖ୍ୟକ ଫଲୋଅର୍ସ। ସିଚୁଆନ୍ ଇଲାକାର ମଇସ୍କା ଗାଁର ପାର୍ବତ୍ୟାଞ୍ଚଳରେ ରାମଙ୍କ ସୁନ୍ଦର ଜୀବନଯାପନ ଶୈଳୀ ତାଙ୍କ ଭିଡ଼ିଓରୁ ଦେଖିବାକୁ ମିଳେ। ପ୍ରଶଂସକଙ୍କ ଧନ୍ୟବାଦ ଜଣାଇ ସେ ପାରମ୍ପରିକ ତିବ୍ଦତୀୟ ଗୀତ ଗାଉଥିବା ତାଙ୍କ ଶେଷ ଭିଡିଓରେ ଦେଖିବାକୁ ମିଳିଛି। ବେଜିଂ ୟୁଜ୍ ଡେଲି ଖବର ଅନୁସାରେ ରାମଙ୍କ ନିତିଦିନିଆ ଲାଇଭ ବ୍ରଡକାଷ୍ଟ ବେଳେ ହଠାତ୍ ସ୍କିନ୍ ବ୍ଲାକ ହୋଇ ଯାଇଥିଲା ଓ ଚିତ୍କାର ଶବ୍ଦ ଶୁଭିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ ତାଙ୍କ ନୃଶଂସ ସ୍ବାମୀ ଠାରୁ ଲୁଚିକି ୨୦୧୮ରେ ରାମ ତାଙ୍କ ଅସୁସ୍ଥ ବାପାଙ୍କୁ ଦେଖାଶୁଣା କରିବାକୁ ଆସିଥିଲେ। ସ୍ବାମୀଙ୍କ ବିରୋଧରେ ରାମ ପୂର୍ବରୁ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏପରିକି ପ୍ରଥମ ସନ୍ତାନ ପରେ ତାଙ୍କ ଠାରୁ ଛାଡପତ୍ର ଦେବାକୁ କୁହାଯାଇ ଥିଲା। ଏବେ ଏ ଘଟଣାର ତଦନ୍ତ ପୋଲିସ କରୁଛି। ତେବେ ରାମଙ୍କ ଭଉଣୀ ଜୁଓମା ରାମଙ୍କ ଶେଶ ଆକ୍ରମଣ ଭିଡିଓକୁ ଅନଲାଇନରେ ପୋଷ୍ଟ କରିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0