ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ଲାଜମା ଦାତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ଲାଜମା ଦାନ କରି ରାଜ୍ୟର କୋଭିଡ-୧୯ ମୁକାବିଲାକୁ ସୁଦୃଢ଼ କରୁଥିବା କୋଭିଡ୍ ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଅନେକ ଅନେକ ସାଧୁବାଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ଲାଜମା ଦାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଜନ ଆନ୍ଦୋଳରେ ସାମିଲ ହୋଇ ୩୦୦ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । ସେମାନଙ୍କ ପ୍ଲାଜମା ଦାନ ଦ୍ୱାରା ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି । ପ୍ଲାଜମା ଥେରାପୀ ଦ୍ୱାରା ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି । କରୋନାରେ ଗୁରୁତର ସଂକ୍ରମିତଙ୍କୁ ପ୍ଲାଜମା ଦାନ କରି ଜୀବନ ରକ୍ଷା କ୍ଷେତ୍ରରେ ଏହି ଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।