ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକପ୍ରସ୍ତାବ । ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ନେଇ ଗୃହରେ ଶୋକପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଥିଲେ ଯେ ସେ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ। ପ୍ରଦୀପ ମହାରଥୀଙ୍କର କୌଣସି ପ୍ରକାରର ଭୟ ନ ଥିଲା। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଏପଟେ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସ୍ବର୍ଗତଃ ମହାରଥୀଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଦୀପ ମହାରଥୀ ବିଜେଡିର ଜଣେ ଦୃଢ ସମର୍ଥକ ଓ ବିଜୁ ବାବୁଙ୍କ ପୁରାତନ ସହଯୋଗୀ ଥିଲେ। ନିଜର ଦୃଢ ସଙ୍ଗଠନ କ୍ଷମତା ଲାଗି ସେ ବେଶ୍ ପରିଚିତ। ଏଥିଲାଗି ସେ ୭ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ଅବସରରେ ପ୍ରଦୀପ ମହାରଥୀଙ୍କର ଶୋକସନ୍ତପ୍ତ ପରିବାର ଓ ପିପିଲିବାସୀଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



Visitors Today : 2
Total Visitors : 130221
Total Views : 9891694
Visitors Online Now : 0