spot_img

ରାଜ୍ୟରେ ଆଜି ୩୩୨୬ ଆକ୍ରାନ୍ତ ଚିହ୍ନଟ , ୬୩୮ ଆକ୍ରାନ୍ତ ସହ ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୨ହଜାର ୭୩୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୩୨୬ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୩୮୧ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୨୬୮ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୫୩ଜଣ, ଭଦ୍ରକରୁ ୩୬ ଜଣ, ମୟୂରଭଞ୍ଜରୁ ୧୩୧ ଜଣ, ସୁନ୍ଦରଗଡ଼ରୁ ୯୩ ଜଣ, ବରଗଡ଼ରୁ ୯୪ ଜଣ, କେନ୍ଦୁଝରରୁ ୧୦୧ ଜଣ, ଗଞ୍ଜାମରୁ ୫୭ ଜଣ, ନବରଙ୍ଗପୁରରୁ ୬୧ ଜଣ, କେରାପୁଟରୁ ୪୫ ଜଣ, ସମ୍ବଲପୁରରୁ ୧୦୭ ଜଣ, ନୟାଗଡ଼ରୁ ୬୧ ଜଣ, ସୁବର୍ଣ୍ଣପୁରରୁ ୨୫ ଜଣ, ଜଗତସିଂହପୁରରୁ ୮୦ ଜଣ, ଅନୁଗୁଳରୁ ୧୧୯ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, ବୌଦ୍ଧରୁ ୫୪ ଜଣ, ବଲାଙ୍ଗିରରୁ ୧୦୩ ଜଣ, ନୂଆପଡ଼ାରୁ ୧୪୭ ଜଣ, ଝାରସୁଗୁଡ଼ାରୁ ୧୦୭ ଜଣ, କଳାହାଣ୍ଡିରୁ ୭୭ଜଣ, କନ୍ଧମାଳରୁ ୬୦ ଜଣ, ଦେବଗଡ଼ରୁ ୨୧ ଜଣ, ଯାଜପୁରରୁ ୧୪୮ ଜଣ, ଢ଼େଙ୍କାନାଳରୁ ୮୫ଜଣ, ଗଜପତିରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୧୯ ଜଣ ଓ ବାଲେଶ୍ୱରରୁ ୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular