spot_img

ଅନୁପମ ଖେରଙ୍କ ମା’, ଭାଇ, ଭାଉଜ ସମେତ ପରିବାରର ୪ଜଣ କରୋନା ପଜିଟିଭ୍

ଗତକାଲି ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ  | ୪ ଘଣ୍ଟା ନ ପୂରୁଣୁ ବଲିଉଡ ଇଣ୍ଡଷ୍ଟ୍ରିରୁ ଆଉ ଏକ କରୋନା ମାମଲା ସାମ୍ନାକୁ ଆସିଛି | ବଲିଉଡ ଅଭିନେତା ଅନୁପମ ଖେରଙ୍କ ଘରୁ କରୋନା ଖବର ଆସିଛି | ଅନୁପମ ଖେରଙ୍କ ମା ଦୁଲାରୀ ଓ ଅନୁପମଙ୍କ ଭାଉଜ ରାଜୁଙ୍କ ସମେତ ଘରର ୪ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ରାଜୁଙ୍କ ଝିଅ ଅର୍ଥାତ ଅନୁପମଙ୍କ ଝିଆରୀ ମଧ୍ୟ ସାମିଲ ଅଛନ୍ତି | ଏ ସମ୍ପର୍କରେ ଅନୁପମ ଖେର ନିଜେ ଟ୍ୱିଟରେ ସୂଚନା ଦେଇଛନ୍ତି |  ସମସ୍ତ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି | ଅନୁପମ ଖେର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି |

ପୋଷ୍ଟରେ ସେ କହିଛନ୍ତି ଯେ, ଗତ କିଛି ଦିନ ହେଲା ତାଙ୍କ ମା’ ଦୁଲାରୀଙ୍କୁ ଭୋକ ହେଉନଥିଲା | ସେ କିଛି ଖାଉନଥିଲେ | କେବଳ ଶୋଉଥିଲେ | ସେଥିପାଇଁ ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ |  ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା | ଏହାପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା | ସେ ସାମାନ୍ୟ ସଂକ୍ରମଣରେ ପୀଡିତ ହୋଇଛନ୍ତି | ଅନୁପମ କହିଛନ୍ତି ଯେ ତାଙ୍କ ଭାଇ ମଧ୍ୟ କରୋନା ଯାଞ୍ଚ କରାଇଥିଲେ | ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା | ଏହାପରେ ତାଙ୍କ ଭାଉଜ ଓ ଝିଅଙ୍କ କରୋନା ପରୀକ୍ଷା କରାଯାଇଥିଲା | ଅନୁପମଙ୍କ ଭାଉଜ ଓ ଝିଅଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ବୋଲି ସେ ନିଜେ କହିଛନ୍ତି | ଅନୁପମ ଖେରଙ୍କ ମା’ଙ୍କୁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଭାଇ, ଭାଉଜ ଓ ଝିଆରୀ ଘରେ ହିଁ କ୍ଵାରେଣ୍ଟାଇନରେ ଅଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular