ମାଲକାନଗିରି ୧୨।୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ମ୍ୟୁନିସପାଲିଟି ଓ କାଲିମେଳା ଏନଏସି ଅଞ୍ଚଳକୁ ସପ୍ତାହେ ପର୍ୟ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ମାଲକାନଗିରି ମ୍ୟୁନିସପାଲିଟି ଓ କାଲିମେଳା ଏନଏସିକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳ ନୋଟିସ୍ ଜାରି କରିଛନ୍ତି।
ଆଜି ଜିଲ୍ଲାରେ ଆଉ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମାଲକାନଗିରି ମ୍ୟୁନିସପାଲିଟି ଅଞ୍ଚଳରୁ ୨୦ ଜଣ ଓ କାଲିମେଳା ଅଞ୍ଚଳର ୧୫ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟଜଣେ ଆକ୍ରାନ୍ତ ବିଏସ୍ଏଫ୍ ଯବାନ। ବର୍ତ୍ତମାନ ପର୍ୟ୍ୟନ୍ତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି । ସେହିପରି ଜିଲ୍ଲାରେ ଏବେ ୬୯ଟି ଆକ୍ଟିଭ କେସ୍ ରହିଥିବା ବେଳେ ୧୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0